ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କ ଗଣନା ଆରମ୍ଭ

ଭୁବନେଶ୍ୱର,୬/୧:  ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥିବା ପକ୍ଷୀମାନଙ୍କୁ ଆଜି ଗଣନା କରାଯାଉଛି । ସାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି ।ପ୍ରାଣୀ ବିଜ୍ଞାନର ୨୧ ଜଣ ଛାତ୍ରଛାତ୍ରୀଙ୍କ ସମେତ ବନବିଭାଗର କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୧୭ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି । ରାଜନଗର, କନିକା, ଗହୀରମଥା, ମହାକାଳପଡା, କୁଜଙ୍ଗ ଗଣନା ଜାରି ରହିଛି ।ସେପଟେ, ହୀରାକୁଦରେ ୮ତାରିଖରୁ ପକ୍ଷୀ ଗଣନା ହେବ । ଛତିଶଗଡ ସୀମା ଯାଏଁ ପକ୍ଷୀ ଗଣନା ହେବ । ୩ଜିଲ୍ଲାର ବନ କର୍ମଚାରୀ, ପକ୍ଷୀ ବିଶେଷଜ୍ଞ ସାମିଲ ହେବେ । ତେବେ ଗଣନା କାର୍ଯ୍ୟରେ ୩୦ ଟିମ୍ ନିୟୋଜିତ ହେବେ ।