ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକ ବିଦା

ଭୁବନେଶ୍ୱର,୬/୧: ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି। ଅଭି‌ଯୋଗ ଅନୁଯାୟୀ, ଏହି ଶିକ୍ଷକମାନେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରନ୍ତି। ମାତ୍ର ୨୦୧୦ ମସିହାରୁ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। କିନ୍ତୁ ସେମାନେ ଦରମା ନେଉଛନ୍ତି। ବିନା କାରଣ ଓ ବିନା ଛୁଟି ଦରଖାସ୍ତରେ ଏତେ ଦିନ ଧରି ସେମାନେ କାହିଁକି କାର୍ଯ୍ୟରେ ଯୋଗ ଦେଉ ନଥିଲେ, ସେନେଇ ଖୋଳତାଡ଼ ହୋଇଥିଲା। ଏହାପରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।