ଆଦିବାସୀ ଲୋକଙ୍କୁ ସହଯୋଗର ହାତ ବଢ଼ାଇଲା ସୁଯୋଗ ଫାଉଣ୍ଡେସନ

ଭୁବନେଶ୍ୱର, ୨୬/୧୨: ରାଜ୍ୟରେ ଏବେ କୋଭିଡ ଭୟ ସାଙ୍ଗକୁ ଥଣ୍ଡାର ପ୍ରକୋପରେ ସାଧାରଣ ଲୋକଙ୍କ ଜୀବନ ଉପରେ ବେଶ ପ୍ରଭାବ ପକାଇଛି। ଗରିବ ଶ୍ରେଣୀୟ ଲୋକମାନଙ୍କର ଏଭଳି ହାଡଭଙ୍ଗା ଶୀତ ରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏଭଳି କିଛି ସମାଜର ମୁଖ୍ୟ ସ୍ରୋତଠାରୁ ଢେର ଦୂରରେ ଥିବା ଲୋକଙ୍କ ନିକଟରେ ପହଂଚି ତାଙ୍କୁ ସହଯୋଗର ହାତ ବଢ଼ାଇଛି ସୁଯୋଗ ଫାଉଣ୍ଡେସନ। ଖ୍ରୀଷ୍ଟମାସ ଅବସରରେ ସ୍ୱତନ୍ତ୍ର ଭାବେ ଏଭଳି ଲୋକଙ୍କ ସହ ଦିନଟିକୁ ପାଳିଛି ସୁଯୋଗ ଫାଉଣ୍ଡେସନ୍ ସାଣ୍ଟା କ୍ଲଜ୍ ସାଜି, କମ୍ବଳ, ମାସ୍କ, ସାନିଟାଇଜର, ସାବୁନ ବଣ୍ଟନ କରିଛି। ରାଜଧାନୀର ଚନ୍ଦକା ଗୋଡିବାରି ଗ୍ରାମର ବୟସ୍କ ଆଦିବାସୀ ଲୋକଙ୍କ ମଧ୍ୟରେ ଏହା ବଣ୍ଟାଯାଇଛି। ପ୍ରାୟ ୪୦ ଜଣ ଲୋକଙ୍କୁ ଏହି କିଟ ବଣ୍ଟା ଯାଇଥିଲା। ଏଥିସହିତ ବୁଗିନ ହ ଶିକ୍ଷା କେନ୍ଦ୍ର ଛାତ୍ରଛାତ୍ରୀଙ୍କ ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ କର୍ମକର୍ତ୍ତା ବୃନ୍ଦ। ବାଲକୋର ନିର୍ଦ୍ଦେଶକ ତଥା ଅଟଳ ଇନକ୍ୟୁବେଶନ ସେଣ୍ଟର ଡିଜି ତପନ କୁମାର ଚାନ୍ଦ ଓ ପ୍ରୀତି ଚାନ୍ଦ ଏହି ଅବସରରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଭବ୍ୟ ଉତ୍ସବ ରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତର ପରିବେଷଣ କରାଯାଇଥିଲା। ବୁଗିନ ହ ର ସଂଯୋଜକ ସବିତା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ, ନାଲକୋର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ, ସୁଯୋଗର ସମ୍ପାଦକ ତଥା ୱାଲେଟ ଫର ୱେଲଥର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, ସମାଜସେବି ଜେ. କେ. ମହାନ୍ତି, ନମିତା ଦାସ ପ୍ରମୁଖ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।