ନୂଆ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ, ଆସୁଛି ବାଲ୍ ବାଟିକା ଯୋଜନା: ଧର୍ମେନ୍ଦ୍ର

ଭୁବନେଶ୍ୱର,୩/୧: ନୂଆ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ ସହ ଆସୁଛି ବାଲ୍ ବାଟିକା ଯୋଜନା । ୩ ବର୍ଷ ବୟସରୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ବାଲ୍ ବାଟିକା । ବାଲ୍ ବାଟିକା ରହିବ ୩ ବର୍ଷ ଏବଂ ପ୍ରଥମ, ଦ୍ୱିତୀୟ ମିଶାଇ ପ୍ରଥମ ପର୍ଯ୍ୟାୟରେ ରହିବ ୫ ବର୍ଷ । ସେହିପରି ତୃତୀୟ, ଚତୁର୍ଥ, ପଞ୍ଚମ ହେଉଛି ୩ ବର୍ଷ । ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଆଉ ୩ ବର୍ଷ । ନବମ, ଦଶମ, ଏକାଦଶ ଏବଂ ଦ୍ୱାଦଶ ହେଉଛି ଚାରି ବର୍ଷ । ଚଳିତ ମାସରେ ସରସ୍ୱତୀ ପୂଜାରେ ଆସିବ ପ୍ରଥମ ୫ ବର୍ଷର ଟିଚିଙ୍ଗ୍, ଲର୍ଣ୍ଣିଂ ପୁସ୍ତକ । ସେହିପରି ୨୦୨୪ ସରସ୍ୱତୀ ପୂଜାରେ ଆସିବ ବାକି ୧୦ ବର୍ଷର ପାଠ୍ୟ ପୁସ୍ତକ । ନ୍ୟାସନାଲ୍ ଏଜୁକେସନ ପଲିସି ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।