ରାଜଧାନୀରେ ବିଭତ୍ସ ହତ୍ୟା, ସ୍ତ୍ରୀକୁ ପିଟିପିଟି ମାରି ଦେଲା ସ୍ୱାମୀ

ଭୁବନେଶ୍ବର,୩/୧: ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି ସ୍ୱାମୀ। ସୂଚନା ଅନୁଯାୟୀ, ମୃତ ମହିଳା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ। ମହିଳାଙ୍କ ଘର ନୟାଗଡ଼ରେ। ତାଙ୍କର ବୟସ ୪୨ ବର୍ଷ। ଏଣେ ପତ୍ନୀହନ୍ତା ସ୍ୱାମୀକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।