ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ବର,୩୧/୧୨: ନୂଆବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ ନୂଆ ଦାୟିତ୍ବ ମିଳିଛି। ୫ ଜଣଙ୍କୁ ଜାତୀୟ ମୁଖପାତ୍ର ଓ ୧୬ ଜଣ ନେତାଙ୍କୁ ମୁଖପାତ୍ର ଦାୟିତ୍ବ ମିଳିଛି। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ସସ୍ମିତ ପାତ୍ର ଓ ମାନସ ରଂଜନ ମଙ୍ଗରାଜଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ବ ମିଳିଛି। ସେହିଭଳି ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ, ସଂଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ହର୍ଷ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ ମଲିକ, ତୁମ୍ବନାଥ ପଣ୍ଡା, ଓମ୍‌ପ୍ରକାଶ ସାହୁ ଓ ପ୍ରିୟବ୍ରତ ମାଝୀଙ୍କୁ ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ କରିଛି।

ବିଜେଡି ୯ ଜଣଙ୍କୁ ମିଡିଆ ପେନାଲିଷ୍ଟ ଦାୟିତ୍ବ ଦେଇଛି। ସେମାନେ ହେଲେ ଇପ୍‌ସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲମ, ମହୀକ୍ଷିତା ମିଶ୍ର, ଲୋରା ମହାପାତ୍ର, ସ୍ବାଗତିକା ମହାନ୍ତି, ମିହିର ରାୟ, ସ୍ବୟଂପ୍ରକାଶ ମହାପାତ୍ର ଓ ଅପୂର୍ବ ଅପରୂପା। ଏଥିସହ ସ୍ବୟଂପ୍ରକାଶ ମହାପାତ୍ରଙ୍କୁ ବିଜେଡି ସୋସିଆଲ୍ ମିଡିଆ ସେଲର ମୁଖ୍ୟ ଭାବେ ଦଳର ସଭାପତି ନିଯୁକ୍ତ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।