BJDର ୨୪ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ

ଭୁବନେଶ୍ୱର, ୨୬/୧୨: BJDର ୨୪ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ ମାଆମାନେ ସମାଜ ଚକର ଅଖ, ସେମାନଙ୍କ ପ୍ରଗତି ବିନା ସମାଜ ଆଗେଇବ ନାହିଁ। ବିଧାନସଭାରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ବିଜେଡି ଲଢ଼େଇ କରୁଛି ଓ ମିଶନ ଶକ୍ତି ଆନ୍ଦୋଳନରେ ୮୦ ଲକ୍ଷ ମହିଳା ସାମିଲ ହେଇଛନ୍ତି।

ମହିଳାଙ୍କ ବିକାଶ ବିନା ଦେଶ ଆଗେଇ ପାରିବ ନାହିଁ। ମହିଳାଙ୍କ ବିକାଶ ଉପରେ ବିଜୁ ବାବୁ ଗୁରୁତ୍ବ ଦେଉଥିଲେ। ନିର୍ବାଚନ ବେଳେ ବଡ଼ ବଡ଼ ଦଳମାନେ ବଡ଼ କଥା କୁହନ୍ତି ଓ ନିର୍ବାଚନ ସରିଗଲେ ପ୍ରତିଶ୍ରୁତି ଭୁଲିଯାଆନ୍ତି। କିନ୍ତୁ ବିଜେଡି
ଆଞ୍ଚଳିକ ଦଳ ଭାବେ ବିଜେଡି ଯାହା କହେ ତାହା କରେ ବୋଲି ସେ କହିଛନ୍ତି।