ଜିରୋ ନାଇଟ୍ ସେଲିବ୍ରେସନ୍, କମିସନରେଟ ପୋଲିସ ପକ୍ଷରୁ ବ୍ଳକିଂ ଚେକିଂ ଜୋରଦାର

ଭୁବନେଶ୍ୱର,୩୧/୧୨: ୨୦୨୩ ନୂଆବର୍ଷ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ଉତ୍ସବ ପାଳନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଅପେକ୍ଷା ରାତି ୧୨ଟାକୁ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ରଙ୍ଗିନ୍ ଲାଇଟରେ ସଜେଇ ହୋଇଛି ହୋଟେଲ, ବାର ଓ ପପ୍ ।ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାର ପ୍ରମୁଖ ହୋଟେଲଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଓଡ଼ିଶା ଆସିଛନ୍ତି ବହୁ ନାମୀଦାମୀ କଣ୍ଠଶିଳ୍ପୀ, ଅଭିନେତା ଓ ଅଭିନେତ୍ରୀ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲରେ ଟିକେଟ୍ ୫୦୦ରୁ ୨ ହଜାର ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପରେ ରାଜଧାନୀକୁ ପ୍ରବେଶ କରୁଥିବା ସ୍ଥାନ ମାନଙ୍କରେ କମିସନରେଟ ପୋଲିସ ପକ୍ଷରୁ ବ୍ଳକିଂ ଚେକିଂକୁ ଜୋରଦାର କରାଯାଇଛି ।