କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୩୦/୧୨:କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଗୁରୁତର ଭାବେ ଆହତ ହୋଇଛନ୍ତି ପନ୍ତ । ପିଠି, ମୁଣ୍ଡ ଓ ଗୋଡରେ ତାଙ୍କର ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପନ୍ତଙ୍କ ଚିକିତ୍ସା ଚାଲିଛି । ଡିଭାଇଡରରେ ପିଟି ହୋଇ ଗାଡିଟି ଜଳିଯାଇଛି । ତେବେ ଦିଲ୍ଲୀ-ଡେରାଡୁନ ହାଇୱେରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାଯୋଗ୍ୟ ଯେ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ପନ୍ତ୍‌ ତାଙ୍କ ‘ବିଏମ୍‌ଡବ୍ଲୁ’ କାର୍‌ ଚଳାଇ ଆସୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।