ଦେଶରେ ଦିନକରେ ୨୫୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୬/୧୨: ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ଘଣ୍ଟାରେ ୨୨,୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୬୯ ହଜାର ୧୧୮କୁ ବୃଦ୍ଧି ପାଇଛି ଓ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୪୭,୩୪୩ ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭,୪୦,୧୦୮ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେ ବି ବିଭିନ୍ନ ହସ୍ପିଟାଲରେ ୨,୮୧,୬୬୭ ଜଣ କରୋନା ରୋଗୀ ଚିକିତ୍ସାଧୀନ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।