ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର,୨୯/୧୨ : ଭାରତୀୟ ବାୟୁସେନା ଆଜି ଏକ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ଏହି ବ୍ରହ୍ମସର ମାରକ ଦୂରତା ୪୦୦ କିଲୋମିଟର ବୋଲି ଜଣାପଡ଼ିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହି ପରୀକ୍ଷଣ ସଫଳ ହୋଇଛି ଓ କ୍ଷେପଣାସ୍ତ୍ରଟି ଆବଶ୍ୟକ ମାନଦଣ୍ଡକୁ ପାଳନ କରିବା ସହ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି । ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ସୁଖୋଇ ସ୍ଥଳ ଓ ଜଳଭାଗରେ ଥିବା ଯେକୌଣସି ଟାର୍ଗେଟକୁ ଅତ୍ୟନ୍ତ ସଠିକତାର ସହିତ ଆକ୍ରମଣ କରିବାର କ୍ଷମତା ହାସଲ କରିଛି। ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ଦୂରରେ ସମୁଦ୍ରରେ ଥିବା ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖିବ ।