ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ୫ଜି ସେବା ଆରମ୍ଭ

ଭୁବନେଶ୍ୱର,୨୯/୧୨: ଜାନୁଆରୀ ୨୬ପୂର୍ବରୁ ଓଡିଶାରେ ୫ଜି ସେବା ଆରମ୍ଭ ହେବ । କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏନେଇ ଘୋଷଣା କରିଛନ୍ତି । ଓଡିଶାକୁ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ମିଳିବ ବୋଲି କହିଥିଲି । ଯାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ।ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ । ଜର୍ମାନୀ, ଜାପାନ ଭଳି ଝଲକ ଦେଖିବାକୁ ମିଳିବ । ଏ ନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ । ସେପଟେ, ସେ ଆହୁରି କହିଛନ୍ତି ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ ।