ସୋସିଆଲ ମିଡିଆ ଟ୍ୱିଟର ପୁଣିଥରେ ଡାଉନ

ନୂଆଦିଲ୍ଲୀ,୨୯/୧୨: ସୋସିଆଲ ମିଡିଆ ଟ୍ୱିଟର ପୁଣିଥରେ ଡାଉନ । ନୂଆ ମାଲିକ ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ତୃତୀୟ ଥର ପାଇଁ ଡାଉନ୍ ହୋଇଛି ଟ୍ୱିଟର । ବିଳମ୍ବିତ ରାତିରେ ଅନେକ ୟୁଜର ଟ୍ୱିଟର ଡାଉନ ସମସ୍ୟାର ସାମ୍ନା କରିଛନ୍ତି । ବେବଳ ଟ୍ୱିଟର ଡାଉନ ହୋଇନି ବରଂ ନୋଟିଫିକେସନ୍ କାମ କରୁ ନ ଥିବା ଅଭିଯୋଗ ମଧ୍ୟ ଆସିଛି । ଭାରତ ସମେତ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି ।ଭୁବନେଶ୍ୱର, ନାଗପୁର, ମୁମ୍ବାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, କୋଲକାତା ସମେତ ଅନେକ ସହରର ଟ୍ୱିଟରକୁ ବ୍ୟବହାର କରିବା ବେଳେ ସମସ୍ୟାରେ ପଡିଛନ୍ତି ।