ନୂଆବର୍ଷ ସେଲିବ୍ରେସନ ପାଇଁ କଟକଣା ଜାରି

ଭୁବନେଶ୍ୱର,୨୮/୧୨: ରାଜଧାନୀରେ ନୂଆବର୍ଷ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିବା ସହିତ କଟକଣା ଜାରି କରିଛି । ଯେହେତୁ ଏଥର କୌଣସି କଟକଣା ନାହିଁ ଲୋକମାନେ ନୂଆବର୍ଷ ପାର୍ଟିରେ ଯୋଗ ଦେବେ । ତେଣୁ ସନ୍ଧ୍ୟା ୭ଟା ରୁ ୨ଟା ପର୍ଯ୍ୟନ୍ତ ଚାଲିବ ପୋଲିସର ଚେକିଂଗ ବ୍ଲକିଙ୍ଗ । ଯେଉଁ ହୋଟେଲ ଜିରୋ ନାଇଟ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ସେଠାରେରେ ସ୍ୱତନ୍ତ୍ର ପୋଲିସ ନିୟୋଜିତ ହେବେ ।୨୮ଟି ଜାଗାରେ ଚେକ ପୋଷ୍ଟ କରାଯିବ । ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଗାଡି ଚାଳନା କରୁଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ ପିଉଥିବା ଗାଡି ଚାଳକଙ୍କ ଉପରେ ନଜର ରଖାଯିବ । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ୍ ରହିବ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବେ । ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।