ଭିଜିଲାନ୍ସ ଜଳରେ ଜଗତସିଂପୁର ଡେପୁଟି କଲେକ୍ଟର

ଭୁବନେଶ୍ୱର,୨୭/୧୨: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଜଗତସିଂପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଛି। ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡେପୁଟି କଲେକ୍ଟର ଚିତ୍ତରଂଜନଙ୍କ ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁର ଠିକଣାରେ ଚଢ଼ଉ ଜାରି ରହିଛି। ଅଫିସ, ପୈତୃକ ଘର ଓ ସଂପର୍କୀୟଙ୍କ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାର ରଖିଥିବା ‌ବେଳେ ରିପୋର୍ଟ ଲେଖାଯିବା ‌ବେଳକୁ ଡେପୁଟି କଲେକ୍ଟରଙ୍କ ସଂପତ୍ତି ତାଲିକା ପ୍ରସ୍ତୁତ ହୋଇନାହିଁ।