୧୨୦ଟି ବାଲାଷ୍ଟିକ ମିସାଇଲ କିଣିବା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରାଳୟର ମଞ୍ଜୁରୀ

ନୂଆଦିଲ୍ଲୀ,୨୬/୧୨: ଚୀନ ସହ ସୀମାରେ ଉତ୍ତେଜନା ଭିତରେ ବଡ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ସୀମା ସୁରକ୍ଷା ପାଇଁ ୧୨୦ଟି ପ୍ରଳୟ ବାଲାଷ୍ଟିକ ମିଜାଇଲ କିଣିବା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରାଳୟ ମଞ୍ଜୁର କରିଛି । ସେନାରେ ସାମିଲ ହେବା ପରେ ପ୍ରଳୟ କ୍ଷେପଣାସ୍ତ୍ରକୁ ଚୀନ ସୀମାରେ ନିୟୋଜତ କରାଯିବ ବୋଲି ସୂଚନା ମିଳିଛି । ଆଉ ପ୍ରଥମ ଥର ବାଲାଷ୍ଟିକ ମିଜାଇଲକୁ ସାମରିକ ଅଭିଯାନରେ ବ୍ୟବହାର କରିବ ଭାରତୀୟ ସେନା । ଏହି କ୍ଷେପଣାସ୍ତ୍ର ଗୁଡିକ ୧୫୦ କିଲୋମିଟରରୁ ୫ଶହ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷ ଶିବିରକୁ ଧ୍ୱଂସ କରିବାକୁ ସକ୍ଷମ ରହିଛି ।