ପ୍ରବଳ କୁହୁଡି, ଶୀତରେ ଥରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୫/୧୨: ପାହାଡିଆ ଅଞ୍ଚଳରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ୟୁପିରେ ଶନିବାର ସନ୍ଧ୍ୟାରେ ଥଣ୍ଡା ପବନ ବହିଥିଲା । ସକାଳୁ କୁହୁଡି କାରଣରୁ ଲୋକେ ବେସ ପ୍ରଭାବିତ ହେଉଛନ୍ତି । ରାଜଧାନୀରେ ଭିଜିବିଲିଟି ୧୦୦ ମିଟର ରହିଥିଲା । ଆଇଏମଡିର ପାଣିପାଗ ସୂଚନା ଅନୁସାରେ ପାରଦ ୪ ଡିଗ୍ରୀକୁ ହ୍ରାସ ପାଇବ । ଶନିବାର ସକାଳୁ ଏଠାରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ରବିବାର ଓ ସୋମବାର ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ୨୫ ଏବଂ ୨୬ ଡିସେମ୍ବରରେ ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରିରହିବ ବୋଲି ସୂଚନା ମିଳିଛି । ୨ଦିନରେ ତାପମାତ୍ରା ୪ ଡିଗ୍ରୀ ରହିବା ନେଇ ଅନୁମାନ କରାଯାଇଛି ।