ଆଜିଠାରୁ ୯ ଦିନ ପାଇଁ ବନ୍ଦ ରହିବ ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ରାହୁଲ ଗାନ୍ଧୀ କରୁଛନ୍ତି ଭାରତ ଯୋଡ଼ୋ ଯାତ୍ରା । ଆଜିର ଯାତ୍ରା ଲାଲକିଲ୍ଲା ଠାରେ ସରିବ । ଆଜିଠାରୁ ୯ ଦିନ ପାଇଁ ଯାତ୍ରା ବନ୍ଦ ରହିବ । ଏହା ପରେ ପୁଣି ଥଲେ ଦିଲ୍ଲୀରୁ ଜାନୁଆରୀ ୩ ତାରିଖରୁ ଯାତ୍ରା ଆରମ୍ଭ କରିବେ ରାହୁଲ । ସେପଟେ କୋଭିଡ୍ ନିୟମ ପାଳନ କରିବାକୁ କେନ୍ଦ୍ର ଦେଇଛି ଚେତାବନୀ ।

ଯାହାର ଜବାବରେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଗୁଜରାଟ ଓ ରାଜସ୍ଥାନରେ ‘ଜନ ଆକ୍ରୋଶ ଯାତ୍ରା’ କରିଥିଲେ । ବିଜେପି ଅନେକ ରାଜ୍ୟରେ ଯାତ୍ରା କରୁଛି । କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଆମକୁ ଚିଠି ଲେଖୁଛନ୍ତି । ଭାରତ ଯୋଡ଼ୋ ଯାତ୍ରାରେ ଲୋକଙ୍କ ଭଲପାଇବା ଦେଖି ବିଜେପି ଡ଼ରି ଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।