ପୁରୀରେ ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କଲେ ୫ଟି ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୨୪/୧୨: କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ । ଆଜି ଭୋର ୫ଟାରେ ଫାଇଭ ଟି ସଚିବ କୋଣାର୍କରେ ପହଂଚି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ବୁଲି ଦେଖବା ସହ ଉଚ୍ଚଅଧିକାରୀଙ୍କ ସହ ନିର୍ମାଣ କାମକୁ ନେଇ ଆଲୋଚନା କରିଛନ୍ତି । ଭୋରରେ ପୁରୀ ଜିଲ୍ଲାପାଳ ଓ ଅନ୍ୟ ଉଚ୍ଚଅଧିକାରୀଙ୍କ ସହ ଫାଇଭ-ଟି ସଚିବ ଚନ୍ଦ୍ରଭାଗାରେ ପହଞ୍ଚି ୪୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ମ୍ୟାପକୁ ଅନୁଧ୍ୟାନ କରିଥିଲେ । ଏହାସହ କୋଣାର୍କରେ ଏନଏଚଆଇ ଦ୍ୱାରା ନିର୍ମାଣ ହେଉଥିବା ସିକ୍ସ ଲେନ ରାସ୍ତା, ରାମଚଣ୍ଡୀ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ କୋଣାର୍କରେ ନର୍ମାଣାଧୀନ ଇନଡୋର ଷ୍ଟାଡିୟମ ବୁଲି ଦେଖିଥିଲେ । ଏହାପରେ କାକଟପୁର ଯାଇ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । କୋଣାର୍କ, ଚନ୍ଦ୍ରଭାଗା ଓ ଏହାର ପାରିପାର୍ଶିକ ଅଂଚଳକୁ ବିଶ୍ୱସ୍ତରୀୟ ରୁପରେଖ ଦେବା ଲକ୍ଷ୍ୟ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି ।