ଚୀନରେ କରୋନା ଆତଙ୍କ: ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୪/୧୨: ଚୀନରେ ଆତଙ୍କ, ସତର୍କ ଭାରତ । ଚୀନରେ ଓମିକ୍ରନର ନୂଆ ଭାରିଏଣ୍ଟ ତାଣ୍ଡବ ରଚିଥିବା ବେଳେ ଭାରତ ସରକାର ଓ ରାଜ୍ୟ, ସତର୍କ ହୋଇଛନ୍ତି । ଲୋକଙ୍କ ପାଇଁ ନୂଆ ଆଡଭାଇଜରି ଜାରି କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ସହ କୋଭିଡ ସତର୍କତା ପାଳନ ପାଇଁ କୁହାଯାଇଛି । ଲକ୍ଷଣ ଦେଖାଗଲେ ସଙ୍ଗରୋଧରେ ରହିବା, କରୋନା ପରୀକ୍ଷା କରିବା ପାଇଁ କୁହାଯାଇଛି । ଜରୁରୀ ପରିସ୍ଥିତି ଉପୁଜିଲେ, ଏହାର ମୁକାବିଲା ପାଇଁ ଡିସେମ୍ବର ୨୭ ତାରିଖରୁ ଦେଶବ୍ୟାପୀ ମକଡ୍ରିଲ କରାଯିବ । ଓଡିଶାରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ହସ୍ପିଟାଲ ସମେତ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ମକଡ୍ରିଲ କରାଯିବ । ସେପଟେ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ଅଧିକାରୀ, ବିଶେଷଜ୍ଞଙ୍କ ସହ ବୈଠକ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ବିଶେଷକରି ୪ ପ୍ରସଙ୍ଗ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ।