ନୂଆଦିଲ୍ଲୀ,୨୩/୧୨: ଚୀନ୍ରେ କୋଭିଡ୍ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ସବୁ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଘୋର ଚିନ୍ତାର କାରଣ ପାଲଟିଛି । ବେଜିଂ ଓ ସାଂଘାଇରେ କୋଭିଡ୍ ନିୟନ୍ତ୍ରଣ ପାଇଁ କଠୋର ଲକ୍ଡାଉନ୍ ଉଠିବାର କେଇମାସ ପରେ ମହାମାରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ୨୫ ନିୟୁତ ଜନସଂଖ୍ୟା-ବିଶିଷ୍ଟ ବ୍ୟବସାୟିକ ମହାନଗରୀ ସାଂଘାଇରେ ସ୍ଥିତି ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହୋଇଛି । ଡାକ୍ତରଖାନାଗୁଡ଼ିକରେ ନୂଆ ରୋଗୀଙ୍କୁ ରଖିବା ପାଇଁ ଜାଗା ମିଳୁ ନ ଥିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ମେଡିସିନ୍ ଷ୍ଟୋରଗୁଡ଼ିକରେ ଔଷଧ ମିଳୁନାହିଁ। ସ୍କୁଲ-କଲେଜ ବି ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଚୀନ୍ର କୋଭିଡ୍ ଟିକା ଓମିକ୍ରନ୍ ପ୍ରଜାତି ବିରୋଧରେ ବିଫଳ ହୋଇଥିବାରୁ ଏବେ କମ୍ୟୁନିଷ୍ଟ ସରକାର ପ୍ରଥମ ଥର ପାଇଁ ଲୋକଙ୍କୁ ବିଦେଶୀ ଟିକା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ଜର୍ମାନୀରୁ ବାୟୋଏନ୍ଟେକ୍ କୋଭିଡ୍ ଟିକା ଚୀନ୍ ପହଞ୍ଚିଛି।