ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ, ମାସ୍କ ପିନ୍ଧିବାକୁ ଅପିଲ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୨/୧୨: ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଛି । ସମସ୍ତେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହାକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ ବୈଠକ । ବର୍ତମାନର ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କ’ଣ ନିଆଯିବ ତାହା ଉପରେ ବୈଠକ ହେବ ।ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ, ବିଭିନ୍ନ ମେଡିକାଲ କଲେଜ କର୍ତୃପକ୍ଷ ବୈଠକରେ ସାମିଲ ହେବେ । ସେପ୍ଟେମ୍ବର ୩୦ ତାରିଖରେ ଯେଉଁ ଭାରିଆଣ୍ଟ ଜଣକ ପାଖରେ ଚିହ୍ନଟ ହୋଇଥିଲା ଏହା ପରେ ଅନ୍ୟ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତେଣୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟପଟେ ଲକଡାଉନ ଓ ସଟଡାଉନରୁ ବର୍ତିବାକୁ ହେଲେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।