ଓଡ଼ିଶାରେ ଚିହ୍ନଟ ହେଲା ଚୀନରେ ମାଡୁଥିବା କରୋନାର ନୂଆ ଭୂତାଣୁ

ଭୁବନେଶ୍ୱର,୨୧/୧୨: ଚୀନରେ କରୋନା ତାଣ୍ଡବ ରଚିଥିବା ଭୂତାଣୁ  ଓଡ଼ିଶାରେ ଚିହ୍ନଟ ହୋଇଛି । ଏହି ଭାରିଏଣ୍ଟର ନାଁ ରହିଛି ବିଏଫ-୭ । ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ଏହି ଭୂତାଣୁର ୨ଟି କେସ୍ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଚିହ୍ନଟ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି ।

ଚୀନରେ କରୋନା ସଂକ୍ରମଣର ପ୍ରମୁଖ କାରଣ ପାଲଟିଥିବା ଓମିକ୍ରନ ଭୂତାଣୁର ଏକ ସବ୍ ଭାରିଆଣ୍ଟ ବିଏଫ-୭ ଓଡିଶାରେ ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ।