ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୨/୧୨: ଚୀନ୍ ପରେ ଅନ୍ୟ ୫ଟି ଦେଶରେ କରୋନା ପୁଣି କାୟା ବିସ୍ତାର କରିବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ଥିତି ସମୀକ୍ଷା କରୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏପେଟେ ଟେଷ୍ଟିଂ ଜାରି ରହିଛି । ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।ଚୀନ ଓ ଆମେରିକା ସମେତ ୫ଟି ଦେଶରେ କରୋନା ସଂକ୍ରମଣ ବଢିବା ପରେ କେନ୍ଦ୍ର ସରକାର ଆଲର୍ଟ ହୋଇଯାଇଛନ୍ତି । ନମୁନାକୁ ଜେନମ ସିକ୍ୱେନ୍ସ ପାଇଁ ପଠାଇବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର ।