ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ଭୁବନେଶ୍ୱର,୨୦/୨୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଛି। ଗତ କିଛି ଦିନ ହେବ ଟ୍ୱିଟରରେ ଅନେକ କିଛି ପରିବର୍ତ୍ତନ କରାଯାଉଛି । ଖାସକରି ବ୍ଲୁ ଟିକ୍ ପାଇଁ ସବସ୍କ୍ରିପସନ ଫିଚର ଜାରି କରାଯାଇଛି । ତେବେ ଏହି ଟିକ୍ ଫିଚର ଏବେ ୩ଟି ରଙ୍ଗରେ ଉପଲବ୍ଧ ରହିଛି । ପୂର୍ବରୁ କେବଳ ବ୍ଲୁ ଟିକ୍ ହିଁ ମିଳୁଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ବଦଳରେ ଗ୍ରେ ଟିକ୍ ଦେଖିବାକୁ ମିଳିଛି । ଆଉ ଏହା ମଧ୍ୟ ଭେରିଫାଏଡ ଆକାଉଣ୍ଟ । ଏହି ଆକାଉଣ୍ଟର ହ୍ୟାଣ୍ଡେଲରେ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଅଫିସିଆଲ ବୋଲି ଉଲ୍ଲେଖ ରହିଛି । ନୂଆ ଭେରିଫିକେସନ ଅନୁଯାୟୀ ଏଭଳି ପରିବର୍ତ୍ତନ ହେଉଥିବା କୁହାଯାଉଛି ।