କଟକ ରେଳଷ୍ଟେସନର ଡିଜାଇନ ସେୟାର କଲେ ରେଳମନ୍ତ୍ରୀ

ଭୁବନେଶ୍ୱର,୧୮/୧୨: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ଟ୍ୱିଟର ଆକାଉଣ୍ଟରେ କଟକ ରେଳ ଷ୍ଟେସନର ପ୍ରସ୍ତାବିତ ଡିଜାଇନର ଫଟୋ ସେୟାର କରିଛନ୍ତି। ପ୍ରସ୍ତାବିତ ଡିଜାଇନ୍କୁ ନେଇ ଲୋକଙ୍କ ମତାମତ ଲୋଡ଼ିଛନ୍ତି ବୈଷ୍ଣବ। କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟକୁ ନେଇ ଏହି ଡିଜାଇନ୍ ଅନୁପ୍ରାଣିତ ହୋଇଛି। ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପବ୍ଲିକ ରେଟିଂ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଟ୍ୱିଟ୍ କରି ସେ କହିଛନ୍ତି।