ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚୀନ ସହ ଭାରତୀୟ ସେନାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଏବେ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବ ରାଜ୍ୟ ଗସ୍ତରେ ଯିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଏହି ଗସ୍ତ ଆରମ୍ଭ କରିବେ । ପ୍ରଥମେ ସେ ୧୮ ତାରିଖ ଦିନ ମେଘାଳୟର ସିଲଙ୍ଗ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା ଗୃହମନ୍ତ୍ରୀ ଅମିତ୍ ଶାହା କରିବେ ବୋଲି ଜଣାପଡିଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ରାଜ୍ୟପାଳ ଓ ସମସ୍ତ ୭ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେପଟେ ଉତ୍ତର-ପୂର୍ବ ରାଜ୍ୟ ମାମଲା ମନ୍ତ୍ରୀ ଜି, କିଷନ ରେଡ୍ଡୀ ବି ଏହି ସୂବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଭାଗନେବେ । ଚୀନ ସେନା ସହ ତୱାଙ୍ଗ ଠାରେ ଭାରତୀୟ ସେନାର ସଂଘର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ମେଘାଳୟ ପରେ ପ୍ରଧାନମନ୍ତ୍ରୀ ତ୍ରିପୁରା ଗସ୍ତ କରିବେ । ଏନେଇ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଏନେଇ ସୂଚନା ଦେଇଛନ୍ତି ।