ଧନୁସଂକ୍ରାନ୍ତି ନେଇ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର,୧୬/୧୨: ଆଜି ହେଉଛି ଧନୁସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହେଉଛି ଶ୍ରୀଜିଉଙ୍କ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମା ଯଶୋଦା ଏହି ପହିଲି ଭୋଗ କୃଷ୍ଣ, ବଳରାମଙ୍କୁ ଖୁଆଇଥିଲେ । ସେହି ସ୍ମୃତିକୁ ମନେପକାଇ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପହିଲି ଭୋଗ ।ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତ ସମସ୍ତେ ଅପେକ୍ଷା କରିଥାନ୍ତି ପହିଲି ଭୋଗ ଖାଇବା ପାଇଁ ।