ବିବାହ କରିବାକୁ ଜିଦ୍‌ ଧରିବାରୁ ପ୍ରେମିକାକୁ ଛୁରୀରେ ୪୯ ‌ଥର ଚୋଟ ମାରିଲା ପ୍ରେମିକ

ଭୁବନେଶ୍ବର,୧୫/୧୨: ବିବାହ କରିବାକୁ ଜିଦ୍‌ ଧରିବାରୁ ପ୍ରେମିକାକୁ ଛୁରୀରେ ୪୯ ‌ ଚୋଟ ମାରିଲା ପ୍ରେମିକ । ଭୁବନେଶ୍ବରର ଜଣେ ଜହ୍ଲାଦ ପ୍ରେମିକ ଏପରି ଜଘନ୍ୟ କାଣ୍ଡ ରଚିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ପ୍ରେମିକା ବିବାହ କରିବାକୁ ଜିଦ୍‌ କରିବାରୁ ରାଗରେ ଆସି ପ୍ରେମିକ ଜଣକ ତାକୁ ଗୁଜୁରାଟର ସୁରଟକୁ ନେଇ ଛୁରୀରେ ୪୯ ଥର ଆଘାତ କରି ଅତି ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପ୍ରେମିକ ଜଣକ ଜଗନ୍ନାଥ ଗୌଡ଼ ଓ ପ୍ରେମିକାର ନାମ ଲୁନି। ଜାଣିବାକୁ ମିଳିଛି ‌ଯେ ସେ ହତ୍ୟା ପରେ ସୁରଟର ଅଞ୍ଜନି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପାଖରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଫୋପାଡ଼ି ଦେଇଥିଲା ଅଭିଯୁକ୍ତ। ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ୍‌।