ଭିଜିଲାନ୍ସ ଜାଲରେ ତହସିଲଦାର

ଭୁବନେଶ୍ୱର,୧୫/୧୨: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର। ଜମିର କିସମ ପରିବର୍ତନ କରିବା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ତହସିଲଦାର ପୃଥିବୀରାଜ ମଣ୍ଡଳଙ୍କୁ ମାଡି ବସିଲେ ଭିଜିଲାନ୍ସ ଅଧିକାରୀ । ବେଗୁନିଆ ଅଞ୍ଚଳର ଜଣେ ବ୍ୟକ୍ତି ଏକ ଚାଷ ଜମିକୁ ଘରବାଡିରେ କିସମ ପରିବର୍ତନ ପାଇଁ ଆବେଦନ କରିଥିଲେ । ହେଲେ ଜମିର କିସମ ପରିବର୍ତନ କରି ପଟ୍ଟା ଦେବାକୁ ତହସିଲଦାର ୪୫ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଭିଜିଲାନ୍ସରେ ଅଭିଯୋଗ ହେବା ପରେ ତାଙ୍କୁ ଧରିବାକୁ ଯୋଜନା ହୋଇଥିଲା ।