ଚୀନ ସହିତ ବାଣିଜ୍ୟ ବନ୍ଦ କରିବାକୁ ଦାବି କଲେ କେଜ୍ରିୱାଲ

ଭୁବନେଶ୍ୱର,୧୪/୧୨: ଏଲ୍‌ଏସି ରେ ଭାରତ ଏବଂ ଚୀନ୍‌ ସେନା  ଡିସେମ୍ବର ୯ ତାରିଖରେ ପୁଣିଥ‌ରେ ମୁହାଁମୁହିଁ ହୋଇଥିଲେ। ତେବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚୀନକୁ କଡା ଟାର୍ଗେଟ କରିବା ସହ ଭାରତ ସରକାରଙ୍କୁ ଉପଦେଶ ଦେଇଛନ୍ତି । କେଜ୍ରିୱାଲ ଚୀନ ସହିତ ବାଣିଜ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି। ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଟ୍ୱିଟ୍ କରି କହିଛନ୍ତି, “ଆମେ କାହିଁକି ଚୀନ୍ ସହିତ ଆମର ବାଣିଜ୍ୟ ବନ୍ଦ କରୁନାହୁଁ? ଚାଇନାରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ନିର୍ମାଣ କରାଯାଉଛି । ଆମଦାନୀ ବନ୍ଦ କରିଦେଲେ ଚୀନ୍ ଏକ ଶିକ୍ଷା ପାଇବ ଏବଂ ଭାରତ ରୋଜଗାର ପାଇବ’।