ଏଲନ ମସ୍କଙ୍କ ବଡ ଘୋଷଣା, ଟ୍ୱିଟରରୁ ହଟିଯିବ ସମସ୍ତଙ୍କ ବ୍ଲୁ ଟିକ୍

ନୂଆଦିଲ୍ଲୀ,୧୪/୧୨: ଟ୍ୱିଟରରୁ ହଟିଯିବ ସମସ୍ତଙ୍କ ବ୍ଲୁ ଟିକ୍ । ଟ୍ୱିଟରରେ ଭେରିଫାଏଡ ଆକାଉଣ୍ଟକୁ ପ୍ରଥମେ ବ୍ଲୁ ଟିକ୍ ପ୍ରଦାନ କରାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହାକୁ ସବସ୍କ୍ରିପସନ ଜରିଆରେ ପ୍ରଦାନ କରୁଛି । ଏହା ଛଡା ଗୋଲ୍ଡ ଏବଂ ଗ୍ରେ ଟିକ ମଧ୍ୟ ପ୍ରଦାନ କରାଯାଉଛି । କମ୍ପାନୀର ଭେରିଫାଏଡ ଆକାଉଣ୍ଟକୁ ଗୋଲେଡନ୍ ଟିକ୍ ପ୍ରଦାନ କରାଯାଇଛି । ଏଲନ ମସ୍କ ଘୋଷଣା କରିଛନ୍ତି ଯେ, ଟ୍ୱିଟର ୟୁଜର୍ସଙ୍କ ବ୍ଲୁ ଟିକ୍ ଶୀଘ୍ର ହଟିବାକୁ ଯାଉଛି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ନିକଟରେ ବ୍ଲୁ ଟିକ୍ ସବସ୍କ୍ରିପସନ ଫିଚରକୁ ପୁଣି ଥରେ ଲଞ୍ଚ କରିଦିଆଯାଇଛି । ଏଥିରେ ଟ୍ୱିଟର ବ୍ଲୁ ଟିକ୍ ନେବା ପାଇଁ ପ୍ରଥମେ ୟୁଜର୍ସଙ୍କୁ ଟଙ୍କା ପୈଠ କରିବାକୁ ପଡିବ ।