ନୋରା ଫତେହୀ ଦିଲ୍ଲୀ କୋର୍ଟରେ ଜ୍ୟାକଲିନଙ୍କ ବିରୋଧରେ କଲେ ମାନହାନୀ ମକଦ୍ଦମା

ନୂଆଦିଲ୍ଲୀ,୧୨/୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡିତ ମାମଲା ଏବେ ନୂଆ ମୋଡ ନେଇଛି । ଏହି ମାମଲାରେ ଅଭିଯୁକ୍ତ ଥିବା ନୋରା ଫତେହୀ ଦିଲ୍ଲୀ କୋର୍ଟରେ ଜ୍ୟାକଲିନ ଓ ଅନେକ ମିଡିଆ କମ୍ପାନୀ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ନୋରା କହିଛନ୍ତି କି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୧୫ କୋଟି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ନାମକୁ ଜବରଦସ୍ତ ଯୋଡା ଯାଉଛି । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆଙ୍କ ସହାୟତାରେ ସୁକେଶଙ୍କୁ ଜାଣିଥିଲେ । ନୋରା କହିଛନ୍ତି କି ସେ ସୁକେଶଙ୍କ ଠାରୁ କୌଣସି ଉପହାର ନେଇ ନାହାଁନ୍ତି । ସେପଟେ ମିଡିଆରେ ଏଭଳି କଥା ପ୍ରଚାର ହେବା ଫଳରେ ତାଙ୍କ ମର୍ଯ୍ୟଦା ନଷ୍ଟ ହେଉଥିବା କଥା ସେ ଅଭିଯୋଗ କରିଛନ୍ତି ।