ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ, ମାଓ ସାମଗ୍ରୀ ଜବତ

ଭୁବନେଶ୍ୱର,୧୧/୧୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଆଜି ସକାଳୁ ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଦୁଇ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ  ଗୁଦାଡି ଜଂଗଲରେ କରିଥିଲେ । ତେବେ ନକ୍ସଲ ଯବାନଙ୍କୁ ଦେଖି ପ୍ରଥମେ ବୋମା ବିସ୍ଫୋରଣ କରିଥିବା ବେଳେ ପରେ  ଗୁଳି ଚଳାଇଥିଲେ।ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପୁଲିସ ଓ ନକ୍ସଲ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।ଘଟଣାସ୍ଥଳରୁ ଯବାନ ବିସ୍ଫୋରକ ସହ ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି।