ବୋରୱେଲ ଭିତରେ ଫଶି ରହିଥିବା ତନ୍ମୟକୁ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା ଜାରି

ନୂଆଦିଲ୍ଲୀ,୯/୧୨: ଫସି ରହିଛି କୁନିପୁଅ ତନ୍ମୟ। ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଧରି ବୋରୱେଲ ଭିତରେ ଫଶି ରହିଛି।   ତନ୍ମୟକୁ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ଉଦ୍ଧାରକାରୀ ଦଳ । ଉଦ୍ଧାରକାରୀ ଦଳ ତନ୍ମୟର ନିକଟର ହୋଇଥିବା କୁହାଯାଉଛି । ୪୪ ଫୁଟ ସୁଡଙ୍ଗ ଖୋଳା କାମ ଶେଷ ହୋଇଥିବାବେଳେ ତନ୍ମୟ ପାଖରେ ପହଞ୍ଚିବାକୁ ଆଉ ୧୧ ଫୁଟ ବାକି ଅଛି । ତେବେ ତନ୍ମର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ପୂଜାପାଠ କରିବା ସହ ସେ ପଢୁଥିବା ଶିକ୍ଷକ ଓ ଛାତ୍ରଛାତ୍ରୀ ଗାୟତ୍ରୀ ମନ୍ତ୍ରପାଠ କରିଛନ୍ତି । ବୋରୱେଲର ଗଭୀରତା ୪୪୦ ଫୁଟ ହୋଇଥିବାବେଳେ ୫୦ ଫୁଟରେ ଅଟକି ରହିଛି ତନ୍ମୟ । ପାଇପଯୋଗେ ତନ୍ମୟକୁ ଅମ୍ଳଜାନ ଯୋଗାଇଦିଆଯାଉଛି । ସୂଚନା ମୁତାବକ, ମଧ୍ୟପ୍ରଦେଶ ବିତୁଲ ଜିଲ୍ଲା ମାନ୍ଦବୀ ଗାଁର ସୁନୀଲ ଦିୟାବର ୬ ତାରିଖ ସନ୍ଧ୍ୟାରେ ୮ ବର୍ଷର ପୁଅ ତନ୍ମୟକୁ ଧରି ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ କୌତୁହଳ ବଶତଃ ବୋରୱେଲକୁ ଭିତରକୁ ଚାହୁଁଥିବାବେଳେ ଗୋଡ ଖସିଯାଇ ସେ ବୋରୱେଲ ଭିତରେ ପଡିଯାଇଥିଲା । ଏହି ଖବର ପାଇଁ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।