ନୂଆଦିଲ୍ଲୀ,୮/୧୨: ଆଜି ଗୁଜରାଟ ଆଉ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ବାହାରୁଛି । ଗୁଜୁରାଟରେ ବିଜେପି ବିଜୟ ମହାଁ ହେଉଥିବା ବେଳେ ହିମାଚଳରେ କିନ୍ତୁ ପାୱାର ଦେଖାଇପାରିଲାନି । ହିମାଚଳ ପ୍ରଦେଶରେ କଂଗ୍ରେସ ଆଗୁଆ ରହିଛି । ସେଠାରେ କଂଗ୍ରେସ ବହୁମତ ମଧ୍ୟ ହାସଲ କରିସାରିଲାଣି । ଏଥିରୁ ସ୍ପଷ୍ଟ ହେଉଛି ଯେ ହିମାଚଳ ପ୍ରଦେଶକୁ ହାତେଇବ କଂଗ୍ରେସ ।
ଆରମ୍ଭରୁ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଖିବାକୁ ମିଳିଥିଲା । ହେଲେ ଏବେ କଂଗ୍ରେସ ୩୯ ସିଟରେ ଆଗୁଆ ରହିଥିଲା ବେଳେ ବିଜେପି ଖାତାରେ ୨୬ ଆସନ ରହିଛି । ସେହିପରି ହିମାଚଳରେ ଖାତା ଖୋଲିପାରିନି ଆପ୍ ।ହିମାଚଳ ପ୍ରଦେଶରେ ଇତିହାସର ପୁଣି ପୁନରାବୃତ୍ତି ହୋଇଛି । ୧୯୯୦ ମସିହାରୁ ଯେଉଁ ଧାରା ଚାଲିଥିଲା ତାହା ପୁଣି ଦୋହରାଇନ୍ତି ହିମାଚଳ ପ୍ରଦେଶ ଜନତା ।