ପଦ୍ମପୁର ଉପନିର୍ବାଚନ ନେଇ ଚାଲିଛି ଭୋଟ୍ ଗଣତି, ପଦ୍ମପୁରରେ ପଦ୍ମ ଫୁଟିବ କହିଲେ ପ୍ରଦୀପ

ଭୁବନେଶ୍ୱର,୮/୧୨: ପଦ୍ମପୁର ଉପନିର୍ବାଚନ ନେଇ ଚାଲିଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରେ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ସେ କହିଛନ୍ତି, ଆମର ଆଶା ଅଛି । ଲୋକ ଆର୍ଶୀବାଦ ଦେବେ ମୋତେ ବିଜୟୀ କରାଇବେ । ୫ ହଜାର ବ୍ୟବଧାନରେ ଆମେ ଜିତିବୁ ।