ବ୍ରିଟେନ ଫେରନ୍ତାଙ୍କୁ ନେଇ କଣ କହିଲେ BMC କମିଶନର

ଭୁବନେଶ୍ୱର, ୨୪/୧୨: ବ୍ରିଟେନ ଫେରାନ୍ତଙ୍କୁ ନେଇ BMC ପକ୍ଷ ରୁ ସ୍ପଷ୍ଟୋକ୍ତି ରଖାଯାଇଛି। ଗତ ୧୮ରେ ବ୍ରିଟେନରୁ ଆସିଥିବା ଯୁବକ କୋଭିଡ ସଂକ୍ରମିତ ହୋଇଛି। ଗତକାଲି  ସେହି ଯୁବକଙ୍କୁ ଚିହ୍ନଟ କରାଯାଇଥିଲା। ଅନ୍ୟପଟେ ଯୁବକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ସରିଥିବା କହିଛନ୍ତି BMC କମିସନର । ପରିବାରର ୩ ସଦସ୍ୟଙ୍କ ସ୍ବାବ ରିପୋର୍ଟ ସଂଗ୍ରହ ହୋଇଛି। ଯୁବକ ଜଣକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାବ ପୁନେ ପଠାଯାଇଛି ।ରିପୋର୍ଟ ଆସିବା ପରେ ଏହା କୋଭିଡର ନୂଆ ଷ୍ଟ୍ରେନ କି ନାହିଁ ଜଣାପଡ଼ିବ । ବର୍ତ୍ତମାନ ସ୍ଥିତିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଯାହା ଗାଇଡଲାଇନ ଅଛି ତାକୁ ପାଳନ କରନ୍ତୁ ବୋଲି BMC କମିସନର କହିଛନ୍ତି।