କେନ୍ଦୁଝରରେ ଏସଟିଏଫ୍ ଓ ପୋଲିସ ଉପରକୁ ଗୁଳିମାଡ

ଭୁବନେଶ୍ୱର,୭/୧୨: କେନ୍ଦୁଝରରେ ଏସଟିଏଫ ଉପରକୁ ଗୁଳିମାଡ ହୋଇଛି । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଦୁଇ ଗୋରୁ ବୋଝେଇ କଣ୍ଟେନର ଗାଡି ଜବତ କରିଥିଲା ଏସଟିଏଫ୍ ଟିମ । ବେଆଇନ ଗୋରୁ ଚାଲାଣ ହେଉଥିବାବେଳେ ଖବରପାଇ ଭୁବନେଶ୍ୱରରୁ ଏକ ଏସଟିଏଫ୍ ଟିମ ଦୁଇଟି ଗାଡ଼ି ଜବତ କରିବା ସହ ଦୁଇ ଜଣ ଗାଡି ଚାଳକକୁ ଅଟକ ରଖି ପଚରା ଉଚରା ଜାରି ରଖିଥିଲା । ଏସଟିଏଫ ଟିମରେ ଜଣେ ଡ଼ିଏସପି ଏବଂ ୩ ଜଣ ଇନିସ୍ପପେକ୍ଟର ଏବଂ ୧୫ ଜଣ ପୋଲିସ ସାମିଲ ଥିଲେ । ତେବେ ୫ଟି ଗୋରୁ ବୋଝେଇ କଣ୍ଟେନର ଗାଡିକୁ ଏସ୍କର୍ଟ କରି ନେଉଥିବା ସମୟରେ ପୋଲିସ ଉପରେ ଗୁଳିମାଡ଼ ହୋଇଛି। ସୂଚନାଯୋଗ୍ୟ ଯେ, ଗୋରୁ ଚାଲାଣ ସମୟରେ କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି,ଟାଉନ, ସଦର, ତୁରୁମୁଙ୍ଗା ସହ ଅନ୍ୟାନ୍ୟ ବହୁ ଥାନା ପଡୁଥିବା ସତ୍ତ୍ୱେ ଗୋରୁ ବେପାରିମାନେ କିପରି ପୋଲିସ ଆଖିରେ ଧୂଳି ଦେଇ ବେଆଇନ ଗୋରୁ ଚାଲାଣ କରିପାରୁଛନ୍ତି ସେନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।