ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ,୭/୧୨: ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ । ଅଧିକାଂଶ କିଏ ହେଉଛନ୍ତି ମେୟର ତା ଉପରେ ରହିଛି ନଜର । ଦିଲ୍ଲୀରେ ମୋଟ ୨୫୦ଟି ୱାର୍ଡରେ ହୋଇଛି ମତଦାନ ହୋଇଛି । ୫୬ ହଜାର ଇଭିଏମରେ ସୁରକ୍ଷିତ ଅଛି ୭୩ ଲକ୍ଷ ୨୦ ହଜାର ୫୭୭ ଭୋଟ । ୪୨ ଟି ସେଂଟରରେ ଭୋଟଗଣତିର ବ୍ୟବସ୍ଥା କରାଯାଇଛି । ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ ତାକୁ ଆଖିଆଗରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ୫୦ ପ୍ରତିଶତରୁ ଅଧିକ ଦିଲ୍ଲୀରେ ମତଦାନ ହୋଇଛି । ମୋଟ ଉପରେ ୧ ହଜାର ୩ ଶହ ୪୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ୨୦୧୭ ଏହି ନିର୍ବାଚନରେ ୨୭୦ଟି ୱାର୍ଡରୁ ବିଜେପି ୧୮୧ରେ ବିଜୟୀ ହୋଇଥିବା ବେଳେ ଆପ୍ ୪୮ ଟି ସିଟ୍ ଜିତିଥିଲା ।