ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ, କହିଲେ ମୁହଁ ଖୋଲିଲେ ସାରା ରାଜ୍ୟ ଦୋହଲିିି ଯିବ

ଭୁବନେଶ୍ୱର,୬/୧୨: ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ । କହିଲେ, ତାଙ୍କୁ ଫସାଇଦିଆଯାଇଛି, ମୁହଁ ଖୋଲିଲେ ସାରା ରାଜ୍ୟ ଦୋହଲିିି ଯିବ। ସମସ୍ତ କଥା କହିବା ପାଇଁ ୩୦ ମିନିଟ୍ ସମୟ ଦରକାର, ସମୟ ଆସିଲେ ଗଣମାଧ୍ୟମକୁ ଏକ୍ସକ୍ଲୁସିଭ ପ୍ରମାଣ ଦେବି । ଏହି ଘଟଣାରେ ଅନେକ ବଡ଼ ବଡ଼ିଆ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । କ’ଣ ପାଇଁ ପ୍ରେସମିଟ୍ ନକରି ବେଳେ ତାଙ୍କ ମୁହଁ ବନ୍ଦ କରି ତାଙ୍କୁ ଗିରଫ କରାଯାଇଥିଲା ।ଏପରିକି ଶ୍ରଦ୍ଧାଞ୍ଜଳିଙ୍କ କଲ ଡିଟେଲସ ଯାଂଚ କରାଯାଉ ବୋଲି କହିଛନ୍ତି ଅର୍ଚ୍ଚନା । ଇଡି ଉପରେ ଭରସା ଅଛି, ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି । ତଥ୍ୟ ପ୍ରମାଣ ନଆସିବା ଯାଏଁ ତାଙ୍କୁ କଳଙ୍କିତ କରନ୍ତୁ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଆଜିଠୁ ୭ଦିନିଆ ରିମାଣ୍ଡରେ ନେଲା ଇଡି।