ବଙ୍ଗୋପସାଗରରେ ପୁଣି ଆସୁଛି ଏକ ବାତ୍ୟା

ଭୁବନେଶ୍ୱର,୬/୧୨: ବଙ୍ଗୋପସାଗରରେ ପୁଣି ଆସୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଅବପାତ ଆହୁରି ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ଏହା ପଶ୍ଚିମ ଉତର-ପଶ୍ଚିମ ଦିଗରେ ଗତି କରି ୮ ତାରିଖ ବେଳକୁ ତାମିଲନାଡୁ ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ତାମିଲନାଡୁ-ପୁଡ଼ୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।