ପଦ୍ମପୁର ଉପନିର୍ବାଚନ:ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ

ଭୁବନେଶ୍ୱର,୫/୧୨: ଭୋଟ ଦେଉଛନ୍ତି ପଦ୍ମପୁରବାସୀ । ପଦ୍ମପୁର ଉପନିର୍ବାଚନରେ ହେଉଛି ରେକର୍ଡ ମତଦାନ । ୭୧ଟି ବୁଥରେ ଚାଲିଛି ମତଦାନ । ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ । ତେବେ କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଚାରଟି ବ୍ୟାଲେଟ ୟୁନିଟ୍, ତିନୋଟି କଂଟ୍ରୋଲ ୟୁନିଟ, ଆଠଟି ଭିଭିପାଟ ବଦଳ କରାଯାଇଛି । ଏବେ ବି ଭୋଟ ଦେବା ପାଇଁ ଲୋକମାନେ ଆସୁଥିବା ସୂଚନା ମିଳିଛି ।