ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଆଇଆଇସି

ଭୁବନେଶ୍ୱର,୪/୧୨: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନା ଅଧିକାରୀ । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବା ପାଇଁ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା ୨୫ହଜାର ଟଙ୍କା ଲାଂଚ ନେଉଥିଲେ । ତେବେ ଲାଂଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି । ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ଘଡ଼େଇଙ୍କ ଏକ ପୁରୁଣା ମାମଲା ଚାର୍ଜସିଟରୁ ନାମ କାଟିବା ପାଇଁ ଥାନା ଅଧିକାରୀ ଟଙ୍କା ମାଗିଥିଲେ । ଏନେଇ ବ୍ୟାଙ୍କ କର୍ମଚାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ପୂର୍ବପ୍ରସ୍ତୁତି ମୁତାବକ ଥାନା ଅଧିକାରୀଙ୍କୁ ଟଙ୍କା ନେବା ସମୟରେ ଧରିଥିଲା ।