ପଦ୍ମପୁର ଫାଇଟ: ଆସନ୍ତାକାଲି ଭୋଟ୍ ଗ୍ରହଣ

ଭୁବନେଶ୍ୱର,୪/୧୨:  ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ସହ ପ୍ରଚାର ସରିଛି । ରାତି ପାହିଲେ ପଦ୍ମପୁର ପରୀକ୍ଷା । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ପଦ୍ମପୁର ପାଇଁ ପଡିବ ଭୋଟ । ସବୁ ଦଳ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ସବୁ ପ୍ରକାର ଚେଷ୍ଟା କରିସାରିଥିବା ବେଳେ କାଲି ଜନତା ଜନାର୍ଦ୍ଦନଙ୍କ ହାତରେ ରହିଛି ସବୁକିଛି । ତେବେ ପଦ୍ମପୁର ଉପନିିର୍ବାଚନର ପ୍ରସ୍ତୁତିକୁ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୧୨୭୬ ପୋଲିଂ ଅଧିକାରୀ ବୁଥରେ ନିଯୁକ୍ତି ହୋଇସାରିଛନ୍ତି । କଡ଼ାକଡ଼ି ଚେକିଂ କରିବାକୁ କଲେକ୍ଟର ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବେଦନଶୀଳ ବୁଥ, ଅତି ସମ୍ବେଦନଶୀଳ ବୁଥ ରହିଛି । କିଛି ବୁଥର ନାମକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ମତଦାନ । ମଦ ବିକ୍ରି ବନ୍ଦ । ଏକଜିଟ୍ ପୋଲ ବ୍ୟାନ୍ କରାଯାଇଛି । ୧୨ଟି ପ୍ରମାଣ ପତ୍ର ଭିତରୁ ଯେକୌଣସି ଗୋଟିଏ ନେଇ ଭୋଟର ଭୋଟ୍ ଦେବାକୁ ଆସିପାରିବେ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଘରୁ ଆଣି ଛାଡ଼ିବା ଲାଗି ଗାଡ଼ିର ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ଓ ୬ଟି ପିଙ୍କ ବୁଥ୍ ହୋଇଛି । ୧୨୦ ବୁଥରେ ୱେବ କାଷ୍ଟି ଓ ୬୬ଟି ବୁଥରେ ସିସିଟିଭି ଲାଗିଛି । ୧୪ଶହ ୧୩ ପୋଲିସ ନିଯୁକ୍ତି ଅଛନ୍ତି । ୯ଟା ସିଆରପିଏଫ କମ୍ପାନୀ ନିଯୁକ୍ତ ଅଛନ୍ତି ।