ଶ୍ରୀମନ୍ଦରର ନୋ-ଫ୍ଲାଇଂ ଜୋନରେ ଉଡିଛି ଡ୍ରୋନ୍, ଚାଲିଛି ତଦନ୍ତ

ଭୁବନେଶ୍ୱର,୪/୧୨: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଶ୍ରୀମନ୍ଦରର ନୋ-ଫ୍ଲାଇଂ ଜୋନରେ ଉଡିଛି ଡ୍ରୋନ୍ । କିଛିଦିନ ତଳେ ଶ୍ରୀମନ୍ଦିର ଭିତରକାଠ ନିକଟ ଫଟୋ ଉଠାଇ ଜଣେ ଯୁବକ ଗିରଫ ହୋଇଥିବାବେଳେ, ପୁଣିଜଣେ ବଙ୍ଗୀୟ ୟୁ-ଟ୍ୟୁବର, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଛନ୍ତି । ୟୁନିଫାଏଡ ଅନିମେଶ ନାମରେ ସୋସିଆଲ ମିଡିଆ ଆକଉଣ୍ଟରୁ ୫ ମିନିଟ ୪୩ ସେକେଣ୍ଡର ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ମ୍ୟାପିଂ କରାଯାଇଛି ।ଶ୍ରୀମନ୍ଦିର ନୀଳଚକ୍ରରୁ ସିଂହାଦ୍ୱାର ଯାଏଁ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି । ସଂପୂର୍ଣ୍ଣ ଶ୍ରୀମନ୍ଦିର ଚାରିପଟେ ଉଡି ଡ୍ରୋନ କ୍ୟାମେରା ଏସବୁ ଭିଡିଓକୁ କଏଦ କରିଛି ।