ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ଥାପନ ହେବ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩/୧୨: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଚତୁର୍ଥ ଦିନରେ ମହିଳା ଉଦ୍ୟୋଗୀ ଅଧିବେଶନରେ ଯୋଗଦେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ଥାପନ ହେବ ଶିଳ୍ପ ପାର୍କ । ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରୀ ପାର୍କ । ସେହିପରି ମିଶନ ଶକ୍ତିର ପ୍ରତି ଜିଲ୍ଲା ଫେରେଡରେସନ ପାଇଁ ୧ କୋଟି ଟଙ୍କାର ରିଭଲଭିଂ ଫଣ୍ଡ ଓ ପ୍ରତି ବ୍ଲକ ପାଇଁ ୫୦ ଲକ୍ଷ ଟଙ୍କାର ଫଣ୍ଡ ଗଠିତ ହେବ । ପଂଚାୟତ ସ୍ତରରେ ଫେଡେରେସନ ପାଇଁ ମାର୍କେଟ କମ୍ପେ୍ଲକ୍ସ ଏବଂ ସ୍ୱତନ୍ତ୍ର ଅଫିସ୍ ଘର ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସ୍ୱୟଂ ସହାୟକ ଗ୍ରୁପ୍ ଭଳି କି ଭଳି ସାମଗ୍ରୀ ତିଆରି କରୁଥିବା ବେଳେ ଏସବୁକୁ ବିଶ୍ୱ ବଜାରରେ ପହଂଚାଇବାକୁ ରୋଡମ୍ୟାପ୍ ତିଆରି ହୋଇଛି । ଇ-କମସ ସଂସ୍ଥା ଫ୍ଲିପକାର୍ଟ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ନିଜ ଉତ୍ପାଦିତ ଦ୍ରବ୍ୟକୁ ଏସଏଚଜି ଏବେ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି କରିପାରିବେ ।