ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ୨୦୨୩ ଶେଷ ସୁଦ୍ଧା ଜିଲ୍ଲା ସ୍ୱପ୍ନ ସାକାର ହେବ

ଭୁବନେଶ୍ୱର,୨/୧୨: ପଦ୍ମପୁର ସଭାରେ ଜିଲ୍ଲା ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ଶେଷ ସୁଦ୍ଧା ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ନବୀନ ଘୋଷଣା କରିଛନ୍ତି । ସେ କହିଥିଲେ, ପଦ୍ମପୁର ଜିଲ୍ଲା ଆପଣଙ୍କ ଦାବି ଥିଲା । ୨୦୨୩ରେ ଆପଣମାନଙ୍କ ସ୍ୱପ୍ନ ସାକାର ହେବ । ୨୦୨୩ ଶେଷ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରାଯିବ ।ଏହାସହ ସଭାରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରରେ ନିର୍ବାଚନୀ ସଭାରେ ନବୀନ କହିଲେ ବିଜେଡି ଗରିବ ଲୋକଙ୍କ ହକ୍ ପାଇଁ ଲଢୁଛି । କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮ପ୍ରତିଶତ ଜିଏସଟି ଲଗାଉଛି ହେଲେ ସୁନା ଦୋକାନୀ ମାତ୍ର ୩ପ୍ରତିଶତ ଜିଏସଟି ଦେଉଛନ୍ତି । ଝାରବନ୍ଧ ଓ ପାଇକମାଳରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ବର୍ଷାଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ ପଟ୍ଟନାୟକ ।