ଆରପାରିରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ

ଭୁବନେଶ୍ୱର,୨/୧୨: ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଆଜି ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ଜଣାଶୁଣା ଅଭିନେତ୍ରୀ ଝରଣା ଦାସ ଶ୍ରୀଜଗନ୍ନାଥ, ନାରୀ, ଅମଡ଼ାବାଟ, ଅଭିନେତ୍ରୀ, ମହ୍ଲାଜହ୍ନ ଏବଂ ହୀରାନୀଳାରେ ତାଙ୍କର ଅଭିନୟ ବେଶ୍ ଉଚ୍ଚକୋଟୀର| ଏହାଛଡ଼ା ସେ ବେଶ କେତୋଟି ଧାରାବାହିକରେ ବି ଅଭିନୟ କରିଥିଲେ। ଝରଣା ଦାସ ଆକାଶବାଣୀ କଟକରେ ଘୋଷିକା ଭାବେ କାର୍ଯ୍ୟ କରିଥିଲେ।