ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ

ଭୁବନେଶ୍ୱର,୧/୧୨: ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ, ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ସଞ୍ଜୟ ଭୋଇ ୨୦୦୯ରୁ ୨୦୧୪ ଯାଏ ଲୋକସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପ୍ରଖ୍ୟାତ ରାଜନେତା ତଥା ୪ ଥର ଲୋକସଭା ସଦସ୍ୟ କୃପାସିନ୍ଧୁ ଭୋଇଙ୍କ ସେ ପୁତ୍ର । ପିତାଙ୍କ ବିୟୋଗ ପରେ ସେ ରାଜନୀତିରେ ପାଦ ଦେଇଥିଲେ ।